ଜଳସ୍ତର ବୃଦ୍ଧି ଯୋଗୁଁ ଖୋଲିଲା ହୀରାକୁଦର ଗେଟ୍

ସମ୍ବଲପୁର: ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ସ୍ତର ବୃଦ୍ଧି ପାଉଥିବାରୁ ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।

ତଳମୁଣ୍ଡରେ ଜଳ ପ୍ରବାହ ବୃଦ୍ଧି ପାଇବାର ଆଶଙ୍କାରେ ଜିଲ୍ଲା ପ୍ରଶାସନର ପରାମର୍ଶ ଅନୁସାରେ ଲୋକମାନଙ୍କୁ ମହାନଦୀକୁ ନ ଯିବା ପାଇଁ ସତର୍କ କରାଯାଇଛି। ନଦୀ କୂଳରେ ରହୁଥିବା ଗ୍ରାମବାସୀଙ୍କୁ ମଧ୍ୟ ସତର୍କ ରହିବାକୁ ସୂଚନା ଦିଆଯାଇଛି। ତେବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ବୃଦ୍ଧି ପାଇ ୬୨୦.୫୦ ଫୁଟରେ ରହିଛି।

Leave a Reply

Your email address will not be published. Required fields are marked *