କଲେଜ ବସ-ହାଇଓ୍ବା ମୁହାଁମୁହିଁ ଧକ୍କା, ଡ୍ରାଇଭର ଓ ଛାତ୍ର ଆହତ

କେନ୍ଦୁଝର: ଘନ କୁହୁଡି ପାଇଁ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିକଟ ସ୍ଥିତ ଜଗନ୍ନାଥପୁର ଥାନା ମାଣିକପୁର ନିକଟରେ ଏକ କଲେଜ ବସ ଓ ଲୁହା ପଥର ବୋଝେଇ ହାଇଓ୍ବା ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଉଭୟ ଗାଡିର ଚାଳକ ଓ କେତେକ ଛାତ୍ର ଆହତ ହୋଇଛନ୍ତି।ଆହତମାନଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସକାଳ ପ୍ରାୟ ୬ ଟାରେ ନୂଆମୁଣ୍ଡି କଲେଜର ଏକ ବସ ନୁଆମୁଣ୍ଡି ଆଡ଼କୁ ଯାଉଥିବାବେଳେ ଅନ୍ୟପଟରୁ ଆସୁଥିବା ଏକ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲା ଏହାସହ ଉଭୟ ଗାଡିକୁ ଜବତ କରି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *