ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସବ-ଟ୍ରେଜେରୀର ପୂର୍ବତନ ବରିଷ୍ଠ କିରାଣୀ ମନୋରଞ୍ଜନ ସାହୁ ୬୮.୮୫ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।ଅଭିଯୁକ୍ତ ଜଣକ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ଗତ ଦୁଇ ବର୍ଷ ଧରି ଫେରାର ଥିବା ନେଇ ସୂଚନା ମିଳିଛି।ସେ ପରିବାର ପେନସନ ଧାରକଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ପାଣ୍ଠିର ୬୮,୮୫,୪୯୭ ଟଙ୍କା ହେରଫେର କରିଥିଲେ। ଯାହା ପରେ ସେ ପେନସନଭୋଗୀଙ୍କ ଆକାଉଣ୍ଟରେ ଟଙ୍କା ଜମା ନ କରି ନିଜର ଓ ତାଙ୍କ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ।ଘଟଣା ଜଣାପଡିବା ପରେ ଦୁର୍ନୀତି ନିବାରଣ ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ଏହାର ତଦନ୍ତ ମଧ୍ୟ ଚାଲିଛି।
୬୮.୮୫ ଲକ୍ଷ ହେରଫେର ଅଭିଯୋଗ; ଟ୍ରେଜେରୀର ପୂର୍ବତନ ବରିଷ୍ଠ କିରାଣୀ ଗିରଫ
