ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନରେ ଥିବା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଭଣ୍ଡା ସେକ୍ସନର ସିଲିଟିଆ ଗ୍ରାମ୍ୟ ଜଙ୍ଗଲରେ ଗତକାଲି ସନ୍ଧ୍ୟା ସମୟରେ ହାତୀ ଦେଖିବାକୁ ଯାଇ ହାତୀପଲଙ୍କ ଆକ୍ରମଣର ଶିକାର ହେଇଛନ୍ତି ଜଣେ ଯୁବକ । ଯୁବକ ଜଣକୁ ମାରିଦେବା ପରେ ମୃତଦେହ ନିକଟରେ ହାତୀପଲ ଜଗି ରହିଥିବାରୁ ହାତୀପଲଙ୍କୁ ଘୋଉଡାଇବାକୁ ବନବିଭାଗ ଓ ଯଶିପୁର ପୋଲିସ ନାକେଦମ ହେବାକୁ ପଡିଥିଲା । ହାତୀପଲଙ୍କୁ ଘୋଉଡାଇବା ପାଇଁ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବିଳମ୍ବିତ ରାତିରେ ପୋଲିସ ଓ ବନବିଭାଗ ଦ୍ୱାରା ଯୁବକର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ଯୁବକ ଜଣକ ହେଉଛନ୍ତି ଯଶିପୁର ଥାନା ଉସ୍କି ଗାଁର ରାମରାୟ ସାୟାଁ ବୋଲି ଜଣାପଡିଛି ।
ମୟୂରଭଞ୍ଜରେ ଯୁବକକୁ ଦଳି ମାରିଦେଲେ ହାତୀପଲ
