କନ୍ଧମାଳ : ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ ଟାଉନ ଥାନା ପୁଲିସ ମାଷ୍ଟର ମାଇଣ୍ଡ ରାକେଶକୁ ଗିରଫ କରିଛି। ତାଙ୍କ ନିକଟରୁ ଲୁଟ ହୋଇଥିବା ମୋବାଇଲ ସମେତ ୪ଟି ଚୋରି ବାଇକ ଜବତ କରିଛି ପୁଲିସ। ରାକେଶ ଫୁଲବାଣୀ ସହର କୁମ୍ଭାରପଡାର ଏହି ଘଟଣାରେ ସମ୍ପୃକ୍ତ ଆଉ ୨ ଜଣ ଏବେ ବି ଫେରାର ଅଛନ୍ତି।
ଗତ ଜୁଲାଇ ୨୧ ତାରିଖରେ ରାକେଶର ଜନ୍ମ ଦିନ ଥିଲା। ଟଙ୍କା ଅଭାବରୁ ସେମାନେ ଲୁଟ୍ କରିବା ପାଇଁ ଯୋଜନା କରିଥିଲେ। ସେଥିପାଇଁ ପୂର୍ଵ ଦିନ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଜଣେ ବାହାର ଲୋକ ବସ୍ ଷ୍ଟାଣ୍ଡର ଦୁଇ ନମ୍ବର ଗେଟ ପାଖରେ ବୁଲାବୁଲି କରୁଥିଲେ। ଏହି ସମୟରେ ସ୍କୁଟିରେ ଯାଇ ସମ୍ପୃକ୍ତ ଯୁବକଙ୍କୁ ଥାପଡ, ଗୋଇଠା ମାରି ମୋବାଇଲ ଫୋନ ଲୁଟି ନେଇଥିଲେ। ଯୁବକ ଜଣକ ଆସି ଥାନାରେ ଅଭିଯୋଗ କରିବାରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ରାକେଶଙ୍କୁ ଗିରଫ କରିବା ପରେ ତାଙ୍କ ପାଖରୁ ଆଉ ଚୋରି ବାଇକ ସହ ଦୁଇଟି ମୋବାଇଲ ଜବତ କରାଯାଇଛି।
ମୋବାଇଲ ଲୁଟ ଓ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ
