କଟକ : ଗୀତିକାର ହ୍ୟୁମାନ ସାଗରଙ୍କ ମୃତ୍ୟୁ କୁ ନେଇ ଚର୍ଚ୍ଚା ଥମୁନି। ଆଜି ଅଭିନେତା ଶ୍ରୀତମ ଦାସ ଏହି ବିଷୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ହ୍ୟୁମାନ ସାଗରଙ୍କ ମୃତ୍ୟୁର ସତ୍ୟାସତ୍ୟ କ’ଣ ତାହା ଓଡ଼ିଶାବାସୀ ଜାଣିବାର ଆବଶ୍ୟକତା ରହିଛି।ପୂର୍ବତନ ବିଚାରପତି, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଉଚ୍ଚ ସ୍ତରୀୟ କମିଟି କରାଗଲେ ନିରପେକ୍ଷ ତଦନ୍ତ ହୋଇପାରିବ। ଏହା ପୂର୍ବରୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଥାନା ରେ ଏତଲା ଦେଇଥିଲେ ଜଣେ ନିର୍ଦେଶକ। ଏହିପରି ଭାବରେ ତାଙ୍କ ମୃତ୍ୟୁ କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଓ ଅଭିଯୋଗ ଥମିବାର ନାଁ ଧରୁନି।
ହ୍ୟୁମାନ ସାଗର ମୃତ୍ୟୁ ଘଟଣାଉଚ୍ଚସ୍ତରୀୟ କମିଟି ତଦନ୍ତ ପାଇଁ କହିଲେ ଶ୍ରୀତମ
