ବିଗତ ୩ ବର୍ଷ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ଆସିନି ଗୋଟେ ହେଲେବି ଜମି

Oplus_131072

ପୁରୀ: ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ମୋଟ ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି । ଏହା ଭିତରୁ ୩୮,୦୬୧.୮୯୨ ଏକର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇଛି । ଏହା ବ୍ୟତୀତ ଅନ୍ୟ ୬ ରାଜ୍ୟରେ ମହାପ୍ରଭୁଙ୍କ ନାମରେ ୩୯୫.୨୫୨ ଏକର ଜମି ରହିଛି ବୋଲି ଆଜି ବିଧାନସଭା ଅଧିବେଶନରେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଇନ ମନ୍ତ୍ରୀଙ୍କ ଏହି ତଥ୍ୟକୁ ନଜର କଲେ ୨୦୨୨ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ଼ ଜମିର ପରିମାଣ ଯେତିକି ଥିଲା, ୨୦୨୫ରେ ବି ସେତିକି ଅଛି । ଅର୍ଥାତ୍, ୨୬ ନଭେମ୍ବର ୨୦୨୨ରେ ତତ୍କାଳୀନ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ତଥ୍ୟ ରଖିଥିଲେ ଯେ ରାଜ୍ୟର ୨୪ ଜିଲ୍ଲାରେ ମହାପ୍ରଭୁଙ୍କ ନାମରେ ମୋଟ ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି । ଯେତେବେଳେ କି ୩୮,୦୬୧.୮୯୨ ଏକର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇଛି । ସେହିପରି ୬ ରାଜ୍ୟରେ ମହାପ୍ରଭୁଙ୍କ ନାମରେ ୩୯୫.୨୫୨ ଏକର ଜମି ରହିଛି । ତେବେ ଗତ ରେକର୍ଡ ଓ ଏବେର ରେକର୍ଡକୁ ଦେଖିବାକୁ ଗଲେ ୩ ବର୍ଷ ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ଗୋଟେବି ଜମି ଆସିନି । ମହାପ୍ରଭୁଙ୍କ ନାମରେ ଜମି ରେକର୍ଡ ପରେ ଏଠାରେ ଥିବା ଜବରଦଖଲ ହଟାଇବା ନିମନ୍ତେ ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ୧୯୫୫ର ୧୬-ଏ(୧) ଅନୁଯାୟୀ ମାମଲା କରାଯାଉଛି । ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ ଏନ୍‌କ୍ଲୋଚମେଣ୍ଟ ଆକ୍ଟ-୧୯୭୨ ଅନୁଯାୟୀ ଜବରଦଖଲ ହଟାଇବାକୁ ପଦକ୍ଷେପ ନିଆଯାଉଛି । ଏହାସତ୍ତ୍ବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଚିହ୍ନଟ ଜମିକୁ ମହାପ୍ରଭୁଙ୍କ ନାମରେ ରେକର୍ଡ ହୋଇପାରୁନାହିଁ ।

Leave a Reply

Your email address will not be published. Required fields are marked *