ପାଟଣାଗଡ଼ : ପୁଅ ବାହାଘର ପାଇଁ ଭାରି ଖୁସି ଥିଲେ ବାପା। ଧୁମଧାମରେ ପୁଅର ବାହାଘର ସାରି ସାଥିରେ ବୋହୂକୁ ନେଇ ଘରକୁ ଫେରିଥାନ୍ତେ। ହେଲେ, ତା’ ପୂର୍ବରୁ ଘଟିଗଲା ବଡ଼ ଅଘଟଣ। ବାହାଘର ଶୋଭାଯାତ୍ରାରେ ହିଁ ପାଲଟିଲା ଶେଷଯାତ୍ରା। ଏଭଳି ଅଘଟଣ ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ମଣ୍ଡଳ ଗାଁରେ। ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବାହାଘର ଶୋଭାଯାତ୍ରା ବେଳେ ବର ବେଶରେ ପୁଅ ବସିଥିବା କାର୍ ବାପାଙ୍କ ଉପରେ ମାଡ଼ିଯିବାରୁ ବାପା ଙ୍କର ଜୀବନ ଚାଲିଯାଇଛି। । କନ୍ୟା ପକ୍ଷର ଭାଇ ମଧ୍ୟ କାର ଚକା ତଳେ ଚାପି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଗତକାଲି ରାତିରେ ପୁଅର ବାହାଘର ଶୋଭାଯାତ୍ରାରେ ଆଗେ ଆଗେ ଚାଲିଥିଲେ ଚୈତନ୍ୟ ବାଗ। ହେଲେ ହଠାତ୍ ତାଙ୍କ ଗାଡ଼ି ଚଢ଼ି ଯିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Related Posts
ସୁଭଦ୍ରା ଯୋଜନା ନେଇ ମହିଳା କଂଗ୍ରେସର ଆକ୍ରୋଶ, ପ୍ରଭାତୀ ପରିଡ଼ାଙ୍କୁ ଟାର୍ଗେଟ
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆଜି ଖୁଣ୍ଟିଆ ଭବନରେ ମହିଳା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଠାରେ ମହିଳା କଂଗ୍ରେସ ମୁଖପାତ୍ର ସୁଲୋଚନା…
ବଡ଼ଦିନରୁ ବଢ଼ିବ ଶୀତ, ଉପକୂୂଳ ଓଡ଼ିଶା ବ୍ୟତୀତ ଅନ୍ୟ ଅଞ୍ଚଳକୁ ଘନ କୁହୁଡ଼ି ସତର୍କତା
ଭୁବନେଶ୍ୱର: ବଡ଼ଦିନରୁ ରାଜ୍ୟରେ ଆହୁରି ବଢ଼ିବ ଶୀତ। ଡିସେମ୍ୱର ୨୫ରୁ ରାଜ୍ୟରେ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ପଶ୍ଚିମାଝଡ଼ର ପ୍ରଭାବ କମିବା ସହ ରାଜ୍ୟକୁ ପୁଣି…
ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ଆରମ୍ଭ: ମାଡ଼ ହେଉ ହେଉ ଦିଗ ବଦଳାଇଲା
ଭୁବନେଶ୍ୱର: ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇଏମଡି (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅନୁସାରେ, ଏହି ପ୍ରକ୍ରିୟା ଚାରିରୁ ପାଞ୍ଚ ଘଣ୍ଟା ଧରି ଚାଲିବ…
