ବୌଦ୍ଧ : ମଦ୍ୟପାନ କରି ସ୍କୁଲକୁ ଆସିବା ପଡ଼ିଲା ମହଙ୍ଗା। ମଦ୍ୟପ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ହରଭଙ୍ଗା ବିଇଓ। ଝାରଖମଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରମଣି ମଲ୍ଲିକ ମଦ ପିଇ ସ୍କୁଲ ଆସିଥିଲେ ଏହା ଜଣା ପଡିବା ପରେ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ ସହ ବିଭାଗୀୟ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଇଓ। ୩୦ ଦିନ ମଧ୍ୟରେ ଜବାବ ରଖିବାକୁ ବିଇଓଙ୍କ ନିର୍ଦ୍ଦେଶ ରହିଛି।
ମଦ ପିଇ ସ୍କୁଲ ଆସିଲେ ଶିକ୍ଷକ, ବିଭାଗୀୟ ତଦନ୍ତ ନିର୍ଦେଶ ଦେଲେ ବିଇଓ
