ବିଦ୍ୟୁତ୍‌ ସେବା ଯୋଗାଇବାକୁ ଅକ୍ଷମ ସରକାର : ଅନ୍ଧାରରେ ଗ୍ରାମବାସୀ!

Oplus_131072

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ଠାରେ ଦୀର୍ଘଦିନ ହେଲା ଏକ ବଦ୍ୟୁତ୍‌ ସବଷ୍ଟେସନ୍ କାର୍ଯ୍ୟ ଚାଲୁଛି। ପ୍ରାୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିିସାରିଥିବା ବେଳେ ବିଭାଗ ତାକୁ ଚାର୍ଜ କରିବାରେ ଅହେତୁକ ବିଳମ୍ବ କରୁଛ। ସିମନବାଡ଼ି ଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ୧୧ କେଭି ଫିଡର ଅଛି। ଏହା ଉପରେ ସିମନବାଡ଼ି, ଶ୍ରାନିକେତା, କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ ଏବଂ ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପଞ୍ଚାୟତ ସମ୍ପୂର୍ଣ୍ଣ ନିର୍ଭର କରୁଛି। ପ୍ରାୟ ୫ ଶହ କି.ମି. ଦୂରତାରେ ଟଣାଯାଇଥିବା ବିଦ୍ୟୁତ୍‌ ତାର ଫଳରେ ହାଲୁକା ବର୍ଷା କିମ୍ବା ପବନ ଆସିଲେ ବିଦ୍ୟୁତ୍‌ ସଂଯୋଗ ଅଚଳ ହୋଇଯାଏ।ସିମନବାଡ଼ିରେ ନିର୍ମାଣ ହୋଇଥିବା ସବଷ୍ଟେସନ୍ ୩ ଫିଡର ପାଇଁ ଚିନ୍ତା କରାଯାଇଥିଲା, ଯାହା ସିମନବାଡ଼ି, କିରିକୁଟି ଏବଂ ବୁଡ଼ାଗୁଡ଼ାକୁ ସେବା ଦେବା ଉଦ୍ଦେଶ୍ୟରେ। ନିର୍ମାଣ କାମ ହେଲା ସତ୍ତ୍ୱେ, ଆବଶ୍ୟକ ମେଶିନ, ଉଚ୍ଚ କ୍ଷମତା ଟ୍ରାନ୍ସଫର୍ମର ଏବଂ ପରିଚାଳନାକାରୀ ଅଧିକାରୀଙ୍କ ବ୍ୟବସ୍ଥା ନ ହେବାରୁ ଫିଡରଗୁଡ଼ିକୁ ବିଦ୍ୟୁତ୍‌ ଯୋଗାଣ ହେଉନାହିଁ।ଉପଭୋକ୍ତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକଳ୍ପ ମୁଖ୍ୟ ବିକାଶ ପଣ୍ଡାଙ୍କୁ ସମ୍ପର୍କ କଲେ, ସେ କହିଛନ୍ତି ଯେ ଚଳିତ ମାସର ଶେଷ ସୁଦ୍ଧା ସମସ୍ତ ଫିଡରରେ ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରାଯିବ।

Leave a Reply

Your email address will not be published. Required fields are marked *