ବରଗଡ଼ ଧନୁଯାତ୍ରା ପାଇଁ ୧କୋଟି ଟଙ୍କା ଵ୍ୟୟ ଅଟକଳ

ବରଗଡ଼ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅର୍ଥ ରାଶି ମଞ୍ଜୁର ହୋଇଛି। ଏହି ଅର୍ଥ ରେ ଧନୁଯାତ୍ରା ରେ ଅଭିନୟ କରୁଥିବା ପ୍ରାୟ ୨୦୦ କଳାକାରଙ୍କୁ ୧୦ ହଜାର ଲେଖାଏଁ ପ୍ରଦାନ କରାଯିବ। ଏହା ସହ ଏଲଇଡି ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ସିଧାପ୍ରସାରଣ ହେବ। ସେହିପରି ବରଗଡ଼ ସହରର ପ୍ରମୁଖ ପ୍ରବେଶ ଦ୍ୱାରରେ ଧନୁଯାତ୍ରା ଥିମ୍‌ର ଗେଟ ନିର୍ମାଣ କରାଯିବାର ନିଷ୍ପତି ନିଆଯାଇଛି।
ଚଳିତ ବର୍ଷ ଡିସେମ୍ବର ୨୪ ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *