ଜବତ ଗଞ୍ଜେଇ ହେରଫେର ଅଭିଯୋଗରେ ଆଇଆଇସି ନିଲମ୍ବିତ

କନ୍ଧମାଳ : କନ୍ଧମାଳ ସଦର ଥାନା ଆଇଆଇସି ସତୀଶ ଚନ୍ଦ୍ର ନାୟକ ଦୁଇ କୁଇଣ୍ଟାଲ ଜବତ ଗଞ୍ଜେଇ ହେର ଫେର ଅଭିଯୋଗରେ ଘରୋଇ ବିଭାଗ କାର୍ଯ୍ୟରୁ ନିଲମ୍ବିତ ହେଇଛନ୍ତି। ନିଲମ୍ବନ ହେବା ପରେ ଆଇଆଇସି ଶ୍ରୀ ନାୟକ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ରିପୋର୍ଟ କରିବେ ବୋଲି ଆଦେଶରେ ରହିଛି। କିଛିଦିନ ତଳେ ସଦର ଥାନା ଅଞ୍ଚଳରୁ ୬କୁଇଣ୍ଟାଲ ଗଞ୍ଜେଇ ଜବତ ହେଇଥିଲା। ଜବତ ହୋଇଲଥିବା ଗଞ୍ଜେଇ ମଧ୍ୟରୁ ଦୁଇ କୁଇଣ୍ଟାଲ ଗଞ୍ଜେଇ ର ହିସାବ ଦେଇ ପାରିନଥିଲେ। ଆଇଆଇସି। ଏହାକୁ ଭିତ୍ତି କରି ସତୀଶ ଙ୍କର ବିରୁଦ୍ଧରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ କରାଯାଇଛି। ସମ୍ପ୍ରତି ଶ୍ରୀ ନାୟକ ଡ଼ିଏସପି ପଦବୀ କୁ ପଦନ୍ନତି ହୋଇଥିଲେ

Leave a Reply

Your email address will not be published. Required fields are marked *