ଦାରିଙ୍ଗବାଡି : ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ରକ୍ଷଣବେକ୍ଷଣ ଅଭାବ ରୁ ବହୁ ଷ୍ଟ୍ରିଟ ଲାଇଟ ଅଚଳ ହୋଇପଡିଛି। ଫଳରେ ଦାରିଙ୍ଗବାଡି ଅଞ୍ଚଳର ଶତାଧିକ ଲୋକ ଏବଂ ପ୍ରର୍ଯ୍ୟଟକ ସନ୍ଧ୍ୟା ହେଲେ ବଜାରରେ ବୁଲିବାକୁ ସୁରକ୍ଷିତ ଭାବୁନାହାନ୍ତି। ଓଡିଶା ର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଶୀତ ଋତୁ ପାଇଁ ବହୁତ ଭିଡ଼ ଜମୁଛି ଏପରି ସମୟରେ ଲାଇଟ ଅଚଳ ଥିବାରୁ ପ୍ରର୍ଯ୍ୟଟକ ଦାରିଙ୍ଗବାଡିରେ ଷ୍ଟ୍ରିଟ ଫୁଡ ଖାଇବା ଓ ବଜାର ବୁଲିବା ସମୟରେ ଅନ୍ଧାର ଯୋଗୁ ମଜା ନେଇପାରୁନାହାନ୍ତି। ସନ୍ଧ୍ୟା ସମୟରେ ହିଁ ଷ୍ଟ୍ରିଟ ଫୁଡ ଦୋକାନଗୁଡିକ ଖୋଲୁଥିବାରୁ ଷ୍ଟ୍ରିଟ ଆଲୁଅ ନ ଥିବାରୁ ସେମାନଙ୍କ ବ୍ୟବସାୟ ହେଉ ନଥିବା ଅଭିଯୋଗ ହେଉଛି। ୫୯ ନଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବାଲିଗୁଡାଠାରୁ ଦାରିଙ୍ଗବାଡି ପର୍ଯ୍ୟନ୍ତ ଜାତୀୟ ରାଜପଥର ସମ୍ପ୍ରସାରଣ ସମୟରେ ସୋଲାର ପାନେଲ ଥାଇ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରାଯାଇଥିଲା। ୩ ଶହରୁ ଉର୍ଦ୍ଧ୍ୱ ଷ୍ଟ୍ରିଟ ଲାଇଟରୁ ସୋଲାର ପାନେଲ ସହ ବ୍ୟାଟେରୀ ଚୋରି ହୋଇ ଏବେ ଅଚଳ ଅବସ୍ଥାରେ ପଡି ରହିଛି। ଲାଇଟ ନଥିବାରୁ ଲୋକ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।
ସୋଲାର ଲାଇଟ ଅଚଳ, ଅସୁବିଧା ଭେଗୁଛନ୍ତି ପ୍ରର୍ଯ୍ୟଟକ
