ମଇଁଷି ଚାଲାଣ ଗାଡି ଜବତ, ତିନି ମଇଁଷି ଉଦ୍ଧାର ଦୁଇ ଜଣ ଗିରଫ।

ଆଠଗଡ : ବଡମ୍ବା ଟି ସେତୁ ନିକଟରେ ବଡମ୍ବା ପୋଲିସ ପକ୍ଷରୁ ଗାଡ଼ି ମୋଟର ତନଖି କରାଯାଉଥିବା ସମୟରେ ମଇଁଷି ଚାଲାଣ ଗାଡି କୁ ଜବତ କରିଛି।
ଗୋଟିଏ ଟାଟା ଏସି ଗାଡ଼ିରେ ବେଆଇନ ଭାବେ ୩ ଗୋଟି ମଇଁଷି ଚାଲାଣ କରାଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ସହ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବଡମ୍ବା ଥାନା ଅନ୍ତର୍ଗତ ଗମେଇଁ ଗ୍ରାମର ବୈକୁଣ୍ଠନାଥ ବାରିକ(୫୦) ଓ ଶଶାଙ୍ଗ ଦିଲ୍ଲିପ କୁମାର ମହାରଣା(୪୧)। ମଇଁଷି ଚାଲାଣ ରେ ବ୍ୟବହୃତ ଟାଟା ଏସି ଗାଡ଼ି ମଧ୍ୟ ପୋଲିସ ଜବତ କରିଛି।ଅଭିଯୁକ୍ତ ମାନଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା ର ଦଫା ୩୦୩(୨)/୩୧୭(୨)/୩(୫) ଓ ପ୍ରାଣୀ ସୁରକ୍ଷା ଓ ଜୀବ ନିଷ୍ଠୁରତା ବିରୋଧୀ ଆଇନର ଦଫା ୧୨(୧)(ଏ)(ଡି)(ଇ) ରେ ବଡମ୍ବା ଥାନା କେସ ନମ୍ବର ୩୯୬/୨୦୨୫ ରେ ମାମଲା ରୁଜ୍ଜୁ କରାଯାଇ ବଡମ୍ବା କୋର୍ଟ କୁ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *