ମୋଦି ଏବଂ ଅମିତ ଶାହା ଇସ୍ତଫା ଦାବୀ କଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀ ଅଦାଲତ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡିର ମନି ଲଣ୍ଡରିଂ ଅଭିଯୋଗର ବିଚାର କରିବାକୁ ମନା କରିବା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି। ଏ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଉପରେ ଆକ୍ରମଣ କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ସେ କହିଛନ୍ତି ଯେ ସମ୍ପୂର୍ଣ୍ଣ ମାମଲା ରାଜନୈତିକ ପ୍ରତିଶୋଧ ପରାୟଣ ଏବଂ ଏହାର କୌଣସି ଗୁରୁତ୍ୱ ନାହିଁ।

ସେ ଅଭିଯୋଗ କରିଛନ୍ତି ଯେ ଗାନ୍ଧୀ ପରିବାରକୁ ଟାର୍ଗେଟ କରିବା ପାଇଁ କୌଣସି ଦୃଢ଼ ଆଧାର ବିନା କଂଗ୍ରେସ ନେତା ଏବଂ ଅନେକ ବରିଷ୍ଠ ବ୍ୟକ୍ତିଙ୍କୁ ହଇରାଣ କରିବା ଇଡି ଏବଂ ସିବିଆଇର ଅପବ୍ୟବହାର କରାଯାଇଛି। ଏଥିପାଇଁ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଇଥିଲା।

ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଉଭୟଙ୍କ ଇସ୍ତଫା ଦାବି କରିବ ସହ କହିଛନ୍ତି ଯେ, ଆମେ ସଂସଦ ଭିତରେ ଏବଂ ବାହାରେ ସେମାନଙ୍କ ସହିତ ଲଢ଼ିବୁ ଏବଂ ସେମାନଙ୍କୁ ଶିକ୍ଷା ଦେବୁ। କୋର୍ଟଙ୍କ ନିଷ୍ପତ୍ତି ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ମୁହଁରେ ଏକ ଶକ୍ତ ଚାପୁଡ଼ା ସମାନ ହୋଇଛି। ସେମାନେ ଇସ୍ତଫା ଦେବା ଉଚିତ ଏବଂ ଭବିଷ୍ୟତରେ ଜନସାଧାରଣଙ୍କୁ ହଇରାଣ ନ କରିବାକୁ ପ୍ରତିଶ୍ରୁତି ଦେବା ଉଚିତ।

Leave a Reply

Your email address will not be published. Required fields are marked *