ଆରମ୍ଭ ହେଲା ସରଗି ଫୁଲ୍ ମହୋତ୍ସବ ୨୦୨୫

ଭୁବନେଶ୍ବର: ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧିନରେ ଥିବା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଆନୁକୁଲ୍ୟରେ ଆୟୋଜିତ ୨୦୨୫ର ସରଗି ଫୁଲ୍ ମହୋତ୍ସବ ଆରମ୍ଭ ହୋଇଯାଇଛି। ତିନିଦିନବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବର ଶୁଭାରମ୍ଭ କରିଛନ୍ତି ନିତ୍ୟାନନ୍ଦ ଗଣ୍ଡ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଅନୁସୂଚିତ ଜନ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ।

ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କର ଦକ୍ଷତାକୁ ଅଧିକ ବିକଶିତ କରିବା ନିମନ୍ତେ ଏହି ମହୋତ୍ସବ ଏକ ଅଭିନବ ମାଧ୍ୟମ ।

Leave a Reply

Your email address will not be published. Required fields are marked *