ନାମକୁ ମାତ୍ର ଇଣ୍ଟିଗ୍ରେଟେଡ୍ ଆଣ୍ଟି-ହ୍ୟୁମାନ୍‌ ଟ୍ରାଫିକିଂ ୟୁନିଟ୍, ୭ ବର୍ଷରେ ୨୫ ହଜାରରୁ ଅଧିକ ଶିଶୁ ନିଖୋଜ

ଭୁବନେଶ୍ବର: ବିଗତ ୭ ବର୍ଷରେ ରାଜ୍ୟରେ କେତେ ଶିଶୁ ନିଖୋଜ ହୋଇଛନ୍ତି ସେନେଇ ରିପୋର୍ଟ ପ୍ରକାଶ ପାଇଛି ।
ରିପୋର୍ଟ ଅନୁସାରେ, ଗତ ୭ ବର୍ଷ ଭିତରେ ରାଜ୍ୟରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ନାବାଳିକା ଅଛନ୍ତି । ରାଜ୍ୟରେ ମାନବ ଚାଲାଣ ରୋକିବା ଉଦ୍ଦେଶ୍ୟରେ ଇଣ୍ଟିଗ୍ରେଟେଡ୍ ଆଣ୍ଟି-ହ୍ୟୁମାନ୍‌ ଟ୍ରାଫିକିଂ ୟୁନିଟ୍ ଖୋଲିଥିବା ବେଳେ କ୍ରାଇମବ୍ରାଞ୍ଚ ସମାନ୍ତରାଳ ଭାବେ ୨୦୧୫ରୁ ୨୦୧୯ ଭିତରେ ଅପରେସନ୍ ସ୍ମାଇଲ୍, ମୁସ୍କାନ ଓ ପରୀ ଯୋଜନା ଥାଇ ମଧ୍ୟ ଶିଶୁକନ୍ୟା ନିଖୋଜ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ ।

୨୦୨୩ ବର୍ଷରେ ୫ ହଜାର ୯୨୮ ଶିଶୁ ନିଖୋଜ ହୋଇଛନ୍ତି । ପୂର୍ବ ବର୍ଷଗୁଡ଼ିକୁ ହିସାବକୁ ନେଲେ ରାଜ୍ୟରେ ୭୨୭୨ ଜଣ ଶିଶୁଙ୍କ ପତ୍ତା ମିଳିପାରି ନାହିଁ । ଏଥିରେ ସର୍ବାଧିକ ୬୪୯୭ ନାବାଳିକା ଅଛନ୍ତି । ୨୦୧୭ରୁ ୨୦୨୩ ବର୍ଷ ଭିତରେ ସର୍ବାଧିକ ଶିଶୁ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଜିଲ୍ଲାରେ ନିଖୋଜ ହୋଇଛନ୍ତି । ୨୦୨୨ରେ ୪ ହଜାର ୭୫୭ ନିଖୋଜ ହୋଇଛନ୍ତି । ୨୦୨୧ରେ ୪ ହଜାର ୧୩୩ ଶିଶୁ ନିଖୋଜ ହେଇଥିଲେ । ୨୦୨୦ରେ ୨ହଜାର ୮୯୯ ଜଣ ଶିଶୁ ନିଖୋଜ ହୋଇଛନ୍ତି । ୨୦୧୯ରେ ୩ ହଜାର ୧୫୧ ଜଣ ଶିଶୁ ନିଖୋଜ ଥିଲେ । ୨୦୧୮ରେ ୨ହଜାର ୩୨୬ ଜଣ ଶିଶୁ ନିଖୋଜ ଥିଲେ । ୨୦୧୭ରେ ୨ ହଜାର ୨୪୪ ନିଖୋଜ ଥିଲେ ।

Leave a Reply

Your email address will not be published. Required fields are marked *