ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ପାରଦ ତଳକୁ ଖସୁଥିବା ସହିତ ଶୀତ ପ୍ରକୋପ ଆଉ ଅଧିକ ଅନୁଭବ ହେଉଛି। ଉତ୍ତରା ବାୟୁ ପ୍ରବାହ ବଢ଼ିବା ଏବଂ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ କମିଯିବା ଫଳରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପାହାଡ଼ିଆ ଅଞ୍ଚଳର କିଛି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ତଳକୁ ଖସିଯିବାର ସମ୍ଭାବନା ରହିଛି।ଭୁବନେଶ୍ୱର ଓ କଟକରେ ମଧ୍ୟ ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୧୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଯଦିଓ ଗତ ୨୪ ଘଣ୍ଟାରେ ଏହି ଦୁଇ ସହରର ରାତି ତାପମାତ୍ରାରେ କ୍ରମଶଃ ୧.୫ ଓ ୧ ଡିଗ୍ରୀ ବୃଦ୍ଧି ଦେଖାଯାଇଛି, ତଥାପି ଅଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ପାରଦ ତଳମୁହାଁ ହୋଇଛି।ପାଣିପାଗ ବିଭାଗ ଆକଳନ କରିଛି ଯେ, ଚଳିତ ମାସ ୧୪ ତାରିଖରୁ ସାରା ରାଜ୍ୟରେ ଶୀତ ପ୍ରକୋପ ଅଧିକ ହେବ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ନାହିଁ। କିନ୍ତୁ ପରବର୍ତ୍ତୀ ତିନି ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଯିବାର ଅନୁମାନ ରହିଛି।ଏହା ସହିତ ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟରେ ଶୀତ ଆହୁରି ବଢ଼ିବା ନିଶ୍ଚିତ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ଉତ୍ତରା ବାୟୁ ପ୍ରଭାବରେ ଓଡ଼ିଶାରେ ଶୀତ ବଢ଼ୁଛି
Oplus_131072
