ନବୀନଙ୍କୁ ଭେଟିଲେ ୧୦ ବିଧାୟକ; ଲୋକ ସମ୍ପର୍କ ସହ ସଙ୍ଗଠନକୁ ଦୃଢ଼ କରିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର: ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜେଡିର ୧୦ ଜଣ ବିଧାୟକ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜଭୁତ କରିବା ସହ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ରଖିବା ପାଇଁ ନବୀନ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ସାକ୍ଷାତ ସମୟରେ ନବୀନ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ପଚାରି ବୁଝିବା ସହ ଲୋକଙ୍କ ସୁବିଧା ଅସୁବିଧାକୁ ଗୁରୁତ୍ୱ ଦେବା ପାଇଁ କହିଥିଲେ। ଏହା ସହିତ ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଶ୍ରୀ ପଟ୍ଟନାୟକ ପଚାରି ବୁଝିଥିଲେ। ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଧାୟିକା ପ୍ରମିଳା ମଲ୍ଲିକ,ବିଧାୟିକା ସୁଜାତା ସାହୁ,ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ରଦୀପ ସାହୁ, ତୁଷାରକାନ୍ତି ବେହେରା, ନବ ମଲ୍ଲିକ, ସାରଦା ଜେନା ଓ ରମାକାନ୍ତ ଭୋଇ ପ୍ରମୁଖ ନବୀନଙ୍କୁ ଭେଟିଛନ୍ତି ।

Leave a Reply

Your email address will not be published. Required fields are marked *