କଟକ: କଟକ ମେୟରଙ୍କୁ ବଡ଼ ଦେଇ କଟକ ସହରର ବିଭିନ୍ନ ସମସ୍ୟା ଏବଂ ସମାଧାନକୁ ନେଇ ନୂଆ କମିଶନର ଓ ଅଧିକାରୀଙ୍କ ସହ ବିଧାୟିକା ସୋଫିଆ ଫିର୍ଦୋଷଙ୍କ ସମୀକ୍ଷା ବୈଠକ ନେଇ ଖପ୍ପା ହୋଇଛନ୍ତି ସିଏମସି ମେୟର । ମେୟରଙ୍କ ବାବଦରେ ପଚାରିବାରୁ ସୋଫିଆ କହିଛନ୍ତି ଯେ ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି, ସମୀକ୍ଷା କରି ପାରୁନାହାଁନ୍ତି। ମୁଁ ବିଧାୟିକା ହିସାବରେ ସମୀକ୍ଷା କରିପାରିବି, ସେଥିପାଇଁ କରୁଛି।
ଅନ୍ୟପଟେ ଜବାବରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ ଏମଏଲଏ କହି ତାଚ୍ଛଲ୍ୟ କରି ସିଏମସି ମେୟର ସୁବାସ ସିଂ କହିଛନ୍ତି ଯେ ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ। କଟକକୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛି, ପୋଖରୀ ପୋତି ବ୍ୟବସ୍ୟାୟ କରିଛନ୍ତି। ଏଭଳି ବିଧାୟିକାଙ୍କୁ ଦେଖିବା କଟକବାସୀଙ୍କ ପାଇଁ ଦୁର୍ଭାଗ୍ୟ ।
ସୂଚନା ଥାଉକି ବାରବାଟି ଫୁଡ୍ କୋର୍ଟ, କଲ୍ୟାଣ ମଣ୍ଡପ, ସହିଦ୍ ଭବନ୍ ଉପରେ ବିସ୍ତୃତ ଆଲୋଚନା କରାଯାଇ ଆସନ୍ତା ୩୧ ତାରିଖରେ ଶୁଭ ଉଦଘାଟନ କରାଯିବା ବୋଲି ସୂଚନା ମିଳିଛି। ସେହିଭଳି କଟକ ସହରର ମୁଖ୍ୟ ସମସ୍ୟା ସଫେଇ ଉପରେ ଗୁରୁତ୍ବ, ପାର୍ବଣ ପୂର୍ବରୁ ରାସ୍ତାଘାଟ ମରାମତି ଏବଂ ପେଟାନାଳ ଓ ପାଞ୍ଚୋଟି ଡ୍ରେନ୍ କାର୍ଯ୍ୟର କିପରି ଶୀଘ୍ର ତ୍ଵରାନିତ ହେବ ସେନେଇ ଆଲୋଚନା କରିଥିଲେ ସୋଫିଆ।
