ରୁଷ, ଜାପାନରେ ଭୂମିକମ୍ପ ସାଙ୍ଗକୁ ସୁନାମୀ, ତତ୍ପର ହେଲା ଭାରତୀୟ କନସୁଲେଟ୍

ନୂଆଦିଲ୍ଲୀ: ରୁଷିଆର କାମଚାଟକା ଉପଦ୍ୱୀପ ନିକଟରେ ଏକ ଭୟଙ୍କର ଭୂମିକମ୍ପ ପରେ ରୁଷ, ଜାପାନ ସମେତ ଆମେରିକା, ବ୍ରାଜିଲକୁ ସୁନାମି ଚେତାବନୀ ଜାରି କରାଯାଇଥିଲା । ଆଉ ଏବେ ଭୟଙ୍କର ଭୂମିକମ୍ପ ପରେ ରୁଷ ଏବଂ ଜାପାନର ଅନେକ ଅଞ୍ଚଳରେ ସୁନାମି ତରଙ୍ଗ ଉଠିବା ଆରମ୍ଭ ହୋଇଛି । ରିକ୍ଟର ସ୍କେଲରେ ୮.୮ତୀବ୍ରତା ମପା ଯାଇଥିବା ଏହି ଭୂମିକମରେ ରୁଷ ଏବଂ ଜାପାନ ସହିତ, ଆମେରିକାର ହାୱାଇ, ଆଲାସ୍କା ଏବଂ କାନାଡାର ପଶ୍ଚିମ ଉପକୂଳରେ ମଧ୍ୟ ସୁନାମି ଚେତାବନୀ ଜାରି କରାଯାଇଛି ଓ ରୁଷର କୁରିଲ ଦ୍ୱୀପପୁଞ୍ଜ ଏବଂ ଜାପାନର ବିଶାଳ ଉତ୍ତର ଦ୍ୱୀପ ହୋକାଇଡୋର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ଆସିଛି।

ଆମେରିକାରେ ଥିବା ଭାରତୀୟ କନସୁଲେଟ୍ ଏହାକୁ ନେଇ ଏବେ ସତର୍କ ହୋଇଛି । ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଭୂମିକମ୍ପ ଏବଂ ସୁନାମିର ବିପଦକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ କନସୁଲେଟ୍ ଜେନେରାଲ କହିଛନ୍ତି ଯେ ଆମେ ରୁଷର କାମଚଟକା ଉପଦ୍ୱୀପରେ ସମ୍ଭାବ୍ୟ ସୁନାମିର ବିପଦ ଉପରେ ନଜର ରଖୁଛୁ।

Leave a Reply

Your email address will not be published. Required fields are marked *