ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ

ଭୁବନେଶ୍ୱର : କୃଷି ବିଭାଗର ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ ଏବଂ କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ ବୋଲି କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରି ।

ଆସନ୍ତା ଅଗଷ୍ଟ ୩୧, ୨୦୨୫ ସୁଦ୍ଧା ତାଙ୍କ ନିଯୁକ୍ତ ସ୍ଥାନରେ ଯୋଗଦେବାରେ ବିଫଳ ହେଉଥିବା ଯେକୌଣସି ଅଧିକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ରହିବେ ଏବଂ ଏପରି ଅଧିକାରୀମାନଙ୍କର ଦରମା ଆସନ୍ତା ସେପ୍ଟେମ୍ବର ମାସରୁ ବନ୍ଦ କରାଯିବ। ତୃଣମୂଳସ୍ତରରେ କାର୍ଯ୍ୟାଳୟଗୁଡ଼ିକର ସୁଗମ କାର୍ଯ୍ୟ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *