ଭୁବନେଶ୍ୱର: କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି ବୃଦ୍ଧି ପାଇଛି । ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରେ କୃଷି ବିଦ୍ୟାନିଧି ଯୋଜନାର ଅନଲାଇନ୍ ଆବେଦନ ସମୟସୀମା ଅକ୍ଟୋବର ୧୫ ଠାରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ରଖାଯାଇଥିଲା। କିନ୍ତୁ, ଆବେଦନ ସମୟସୀମା ଅତିକ୍ରାନ୍ତ ପରେ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ, ବିଭାଗ ତରଫରୁ ଅନଲାଇନ୍ ଆବେଦନ ଏବଂ ଯାଞ୍ଚ ପ୍ରକ୍ରିୟର ଅବଧିକୁ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ବିଭାଗୀୟ ନିଷ୍ପତ୍ତି ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନଲାଇନ୍ ଆବେଦନ ଶେଷ ତାରିଖ ୨୦ /୧୨/୨୦୨୫ ରହିଛି। ସେହିଭଳି, ଶିକ୍ଷାନୁଷ୍ଠାନସ୍ତରରେ ଆବେଦନ ପତ୍ରର ଯାଞ୍ଚ ଶେଷ ତାରିଖ ୨୫/୧୨/୨୦୨୫ ରହିଛି। ଜିଲ୍ଲାସ୍ତରରେ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନେ ୨୫/୦୧/୨୦୨୬ ସୁଦ୍ଧା ଆବେଦନ ଗୁଡିକର ଅନୁମୋଦନ କରି ରାଜ୍ୟସ୍ତରରେ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ଉପସ୍ଥାପନ କରିବେ।
ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି
