ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପାଇଁ ଗୃହମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ କେନ୍ଦ୍ରକରି ଉତ୍ତର ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଜୟ ରାୟ କରି ଦଳୀୟ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି । ଗାନ୍ଧୀ ପରିବାରର ଅନେକ ସଦସ୍ୟ ଆତଙ୍କବାଦ-ସମ୍ବନ୍ଧୀୟ ହିଂସାର ଶିକାର ହୋଇଛନ୍ତି, ତେଣୁ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି କରିବା ଆବଶ୍ୟକ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଆକ୍ରମଣ ହେବାର ଗୋଟିଏ ଦିନ ପରେ ଏହି ଦାବି କରାଯାଇଛି।

ଅଜୟ କହିଛନ୍ତି ଯେ ଜନପ୍ରତିନିଧିମାନେ ନାଗରିକଙ୍କ ପାଇଁ ସୁଗମ ହେବା ଉଚିତ, କିନ୍ତୁ ସେମାନଙ୍କ ସୁରକ୍ଷା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗାନ୍ଧୀ କଂଗ୍ରେସ ଏବଂ ଭାରତୀୟ ରାଜନୀତିର ସବୁଠାରୁ ଲୋକପ୍ରିୟ ନେତାମାନଙ୍କ ମଧ୍ୟରୁ ଜଣେ । ରାହୁଲ ଗାନ୍ଧୀ ବିହାରରେ ଜନ ଅଧିକାର ଯାତ୍ରାର ନେତୃତ୍ୱ ନେଉଛନ୍ତି, ଯେଉଁଥିରେ ଲକ୍ଷ ଲକ୍ଷ ନାଗରିକ ତାଙ୍କ ମତ ଶୁଣିବା ଏବଂ ଦେଖିବା ପାଇଁ ଏକାଠି ହେଉଛନ୍ତି। ଏହି ପରିସ୍ଥିତିରେ, ରାହୁଲ ଗାନ୍ଧୀଙ୍କୁ ସର୍ବୋଚ୍ଚ ସ୍ତରର ବ୍ୟକ୍ତିଗତ ସୁରକ୍ଷା ଯୋଗାଇ ଦିଆଯିବା ଉପଯୁକ୍ତ ହେବ।

Leave a Reply

Your email address will not be published. Required fields are marked *