ନୂଆଦିଲ୍ଲୀ : ସଂସଦର ସୁରକ୍ଷାରେ ଏକ ବଡ଼ ଧରଣର ଉଲ୍ଲଂଘନ ହୋଇଛି। ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ, ଜଣେ ଅଜଣା ବ୍ୟକ୍ତି ରେଳ ଭବନ ପାର୍ଶ୍ୱରୁ ଗଛ ସାହାଯ୍ୟରେ କାନ୍ଥ ଡେଇଁ ନୂତନ ସଂସଦ ଭବନର ଗରୁଡ଼ ଫାଟକରେ ପହଞ୍ଚିଥିଲେ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ କର୍ମଚାରୀମାନେ ତୁରନ୍ତ ତାଙ୍କୁ ହେପାଜତକୁ ନେଇଯାଇଥିଲେ। ତାଙ୍କୁ ସଂସଦ ମାର୍ଗ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରିଥିଲା।
ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ସଂସଦ ପରିସରରେ ପ୍ରବେଶ କରିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା?
