ତେଜସ୍ୱୀ ଯାଦବଙ୍କ ବିରୋଧରେ ମାମଲା ରୁଜ୍ଜୁ

ବିହାର : ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇପଡ଼ିଛି। ଲାଲୁ ଯାଦବଙ୍କ ଦଳ ଆରଜେଡିକୁ ବିଜେପି ଟାର୍ଗେଟ କରୁଥିବା ବେଳେ ଆରଜେଡି ନେତା ମଧ୍ୟ ବିଜେପି ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି।

ନିକଟରେ ତେଜସ୍ୱୀ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ଏବଂ ଅପମାନଜନକ ପୋଷ୍ଟ କରିଥିଲେ। ଯାହାକୁ ନେଇ ମହାରାଷ୍ଟ୍ରର ଗଡଚିରୋଲିର ବିଜେପି ବିଧାୟକ ମିଲିନ୍ଦ ରାମଜୀ ନରୋଟଙ୍କ ଅଭିଯୋଗ କ୍ରମେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ୧୯୬(୧)(ଏ)(ବି), ୩୫୬(୨), ୩୫୨ଏବଂ ୩୫୩(୨) ଅନୁଯାୟୀ ଗଡଚିରୋଲି ଥାନାରେ ତେଜସ୍ୱୀ ଯାଦବଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Leave a Reply

Your email address will not be published. Required fields are marked *