ତାଣ୍ଡବ ରଚୁଛି ପ୍ରକୃତି

ନୂଆଦିଲ୍ଲୀ : ଏବେ ଅଧା ଭାରତ ପ୍ରକୃତିର କୋପରେ ଥରହର ହେଉଛି । ଯୁଆଡ଼େ ଦେଖିଲେ ବର୍ଷା ଓ ବନ୍ୟା ବିତ୍ପାତ। ଜାମ୍ମୁ କାଶ୍ମୀରରେ ବନ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଥିବାବେଳେ ହିମାଚଳ ପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି ବର୍ଷା ଓ ବନ୍ୟାର ପ୍ରକୋପ। ଜାମ୍ମୁ କାଶ୍ମୀରର କିସ୍ତୱାଡ଼ରେ ମଧ୍ୟ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। କିଛିଦିନ ପୂର୍ବେ ଅଚାନକ୍‌ ବାଦଲଫଟା ବର୍ଷା ଯୋଗୁ କିସ୍ତୱାଡ଼ରେ ଭୟଙ୍କର ପାଣି ମାଡ଼ି ଆସିଥିଲା ହିମାଚଳ ପ୍ରଦେଶର ମନାଲିରେ ମଧ୍ୟ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ବ୍ୟାସ ନଦୀରେ ବନ୍ୟା ଆସିବା ଯୋଗୁ ଜନଜୀବନ ପ୍ରବାହିତ ହୋଇଛି। ଚାରିଆଡ଼େ ଖାଲି ପାଣି ଆଉ ପାଣି, ଘରଦ୍ବାରେ ପଶି ଯାଇଛି ବନ୍ୟା ପାଣି ।

ପାହାଡ଼ିଆ ଅଞ୍ଚଳରେ ବାଦଲଫଟା ବର୍ଷା, ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଜମ୍ମୁ କଶ୍ମୀରରେ ତାଣ୍ଡବ ରଚୁଛି ପ୍ରବଳ ବର୍ଷା। ଏହାସହ ବାଦଲଫଟା ବର୍ଷା ପାଇଁ ବନ୍ୟା ଆସିବାରୁ ଜମ୍ମୁ-କଶ୍ମୀରର ଡୋଡାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *