କଟକ : କଟକ ରେଲୱେ ଷ୍ଟେସନର ପ୍ଲାଟଫର୍ମ-୧ରେ ଥିବା ଛାତ ଭୁଶୁଡିପଡିବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି । ରେଲୱେ ବିଭାଗ ଓ ଠିକା ସଂସ୍ଥାର ଦାୟିତ୍ଵହୀନତା ଓ ସୁରକ୍ଷା ପ୍ରତି ଧ୍ୟାନ ନଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ଦଳ କହିଛି ।
ଦୁର୍ଘଟଣା ସ୍ପଷ୍ଟ ସୂଚାଉଛି ଯେ, ନିର୍ମାଣାଧୀନ କାର୍ଯ୍ୟର ତଦାରଖରେ ଗୁରୁତର ଅବହେଳା ହୋଇଛି । ଦୁର୍ଘଟଣା ଘଟିବା ପରେ କଟକ-ଚୌଦ୍ୱାରର ବିଜେଡି ବିଧାୟକ ସୌଭିକ୍ ବିଶ୍ୱାଳ, କଟକ ମେୟର ଶ୍ରୀ ସୁବାସ ସିଂ, କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । କଟକ ଭଳି ବ୍ୟସ୍ତବହୁଳ ରେଲୱେ ଷ୍ଟେସନର ମରାମତି ଓ ଆଧୁନିକୀକରଣ କାର୍ଯ୍ୟ ଦୀର୍ଘ ଦିନ ଚାଲିବା ଫଳରେ ସାଧାରଣ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
