କ୍ଷୀର, ପନିରରୁ ରୁଟି ଯାଏଁ ଜିରୋ ଜିଏସଟି

ନୂଆଦିଲ୍ଲୀ: ୫ ରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଏବଂ ସାମଗ୍ରୀ ଉପରେ ଛାଡ଼ କରାଯିବ ଜିଏସଟି। ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଜିଏସଟି ସଂସ୍କାର ଦୀପାବଳି ପୂର୍ବରୁ ଲାଗୁ କରାଯିବ। ଆସନ୍ତା ସପ୍ତାହରେ ପରିଷଦ ବୈଠକ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଜିଏସଟି ସ୍ଲାବରେ ପରିବର୍ତ୍ତନ ସମ୍ପର୍କରେ ଏକ ବଡ଼ ଅପଡେଟ୍ ଆସିଛି ।
ଏହି ଅନୁସାରେ, ବୈଠକରେ ସରକାର ଶୂନ୍ୟ ଜିଏସଟି ସ୍ଲାବର ପରିସରକୁ ବୃଦ୍ଧି କରିପାରିବେ । ଏଥିରେ ଅନେକ ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅନ୍ତର୍ଭୁକ୍ତ କରିପାରିବେ। ରୁଟି, କ୍ଷୀର, ଛେନା ଭଳି ଅତ୍ୟାବଶ୍ୟକୀୟ ଖାଦ୍ୟ ଉପରେ ଛାଡ ହେବ ଜିଏସଟି । ୟୁଏଚଟି କ୍ଷୀର, ପ୍ୟାକେଟ୍ ଛେନା, ପିଜା ବ୍ରେଡ, ଚା’, ଆଦି ଖାଦ୍ୟସାମଗ୍ରୀ ଉପରେ ଶୂନ୍ୟ ଜିଏସଟି ଲାଗୁ ହେବ । ସେହିପରି ୧୮% ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ପରଟା ଉପରେ ମଧ୍ୟ ଜିଏସଟି ଛାଡ କରାଯିବା ନେଇ ପ୍ରସ୍ତାବ ଆସିଥିବା ସୂଚନା ମଳିଛି । ସେହପରି ପୋଷାକ, ପାଠ୍ୟ ଉପକରଣ ଉପରେ ମଧ୍ୟ ଜିଏସଟି ଛାଡ଼ ହେବ । ମ୍ୟାପ୍, ହାଇଡ୍ରୋଗ୍ରାଫିକ ଚାର୍ଟ, ଆଟାଲାସ, ସବୁ ପ୍ରକାରର ପେନସିଲ, କାନ୍ଥ ମ୍ୟାପ୍, ଗ୍ଲୋବ୍ସ, ପ୍ରିଣ୍ଟେଡ ଚାର୍ଟ, ନୋଟବୁକ ଆଦି ଶିକ୍ଷାକ୍ଷେତ୍ରରେ ଜଡିତ ସାମଗ୍ରୀ ଉପରେ ଜିଏସଟି ଛାଡ଼ କରାଯିବ । ଏସବୁ ଉପରେ ଏବେ ୧୨ ପ୍ରତିଶତ ଟାକ୍ସ ଲାଗୁ କରାଯାଇଛି । ଏନେଇ ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ୫୬ତମ ଜିଏସଟି କାଉନସିଲ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published. Required fields are marked *