ପାଟନା : ସ୍ପେଶାଲ ଇଣ୍ଟେନସିଭ ରିଭିଜନ ମଧ୍ୟରେ, ପ୍ରାୟ ତିନି ଲକ୍ଷ ଭୋଟରଙ୍କୁ ବିହାରରେ ନୋଟିସ ପଠାଯାଇଛି ଯାହାଙ୍କ ନାଗରିକତା ଉପରେ ସନ୍ଦେହ କରାଯାଉଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ବିହାରରେ ଚୂଡ଼ାନ୍ତ ଭୋଟର ତାଲିକା ସେପ୍ଟେମ୍ବର ୩୦ ତାରିଖରେ ପ୍ରକାଶିତ ହେବ। ଏହା ପୂର୍ବରୁ ତିନି ଲକ୍ଷରୁ ଅଧିକ ‘ସନ୍ଦିଗ୍ଧ’ ଭୋଟରଙ୍କ ନାମ ବାଦ ଦିଆଯାଇପାରେ।
ନୋଟିସ ଜାରି ହୋଇଥିବା ଭୋଟରମାନେ ସେମାନଙ୍କର ଭାରତୀୟ ନାଗରିକତା ପ୍ରମାଣିତ କରିବା ପାଇଁ କାଗଜପତ୍ର ଦାଖଲ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ ନାହିଁ। ଚୂଡ଼ାନ୍ତ ଭୋଟର ତାଲିକା ସେପ୍ଟେମ୍ବର ୩୦ ରେ ପ୍ରକାଶିତ ହେବ।ଏସଡିଏମଙ୍କ ତଦନ୍ତ ରିପୋର୍ଟ ଆଧାରରେ, କିଶନଗଞ୍ଜ, ପୂର୍ଣ୍ଣିଆ, ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଅରାରିଆ, ସହରସା, ମଧୁବନୀ ଏବଂ ସୁପୌଲ ଜିଲ୍ଲାର ଭୋଟରମାନଙ୍କୁ ନୋଟିସ ଦିଆଯାଇଛି। ଉଲ୍ଲେଖନୀୟ ଯେ ବିହାରରେ ସ୍ପେଶାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା ଅଧୀନରେ, ୬୫ ଲକ୍ଷ ଏପରି ଲୋକଙ୍କୁ ଚିହ୍ନଟ କରାଯାଇସାରିଛି, ଯାହାଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ଦିଆଯିବ ।
