ଭୁବନେଶ୍ୱର: ବିଜେଡି କର୍ମୀ ରଶ୍ମି ପରିଜାଙ୍କୁ ଆକ୍ରମଣ ଘଟଣା ପଛରେ ବିଜେପି ବିଧାୟକ ଅମରେନ୍ଦ୍ର ଦାସଙ୍କ ହାତଥିବା ଅଭିଯୋଗ ଆଣିଛି ବିଜେଡି। ଏହାସହ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଏହି ଘଟଣାକୁ ନେଇ ସରକାରଙ୍କୁ ନିଶାଣ କରିଛି। ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସାଂସଦ ସୁଲତା କହିଛନ୍ତି ଯେ ରଶ୍ମି ମହାପାତ୍ରଙ୍କ ଉପରେ ଆକ୍ରମଣ ଘଟଣା ସଭ୍ୟ ସମାଜକୁ ବିଚଳିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି। ବିଜେଡି ସୋସିଆଲ ମିଡିଆର ସେ ସକ୍ରିୟ କର୍ମୀ ଥିଲେ। ତେଣୁ ତାଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି ଓ ତାଙ୍କ ମୁଣ୍ଡରେ ୮ରୁ ୯ଟି ଷ୍ଟିଚ୍ ପଡ଼ିଛି। ସୋସିଆଲ ମିଡିଆରେ ଜଣେ କହୁଛି ବୋଲି ମାରି ଦେବାକୁ ଉଦ୍ୟମ ହେଉଛି । ଆପଣଙ୍କୁ କେହି ସମାଲୋଚନା କରିବେନି, ଆପଣ କ’ଣ ଏକଛତ୍ରବାଦ ବୋଲି ବିଜେପି ସରକାରକୁ ଶ୍ରୀମତୀ ଦେଓ ପ୍ରଶ୍ନ କରିଛନ୍ତି। ସେହିପରି ଈପ୍ସିତା ସାହୁ କହିଛନ୍ତି ଯେ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ପ୍ରଥମେ ତାଙ୍କ ନାଁରେ ମିଛ ମାମଲା ଦିଆଯାଇଥିଲା। ପରେ ତାଙ୍କୁ ଆକ୍ରମଣ କରାଯାଇଛି। ଆଜି ରାଜ୍ୟରେ ମହିଳା ଅସୁରକ୍ଷିତ, ସାରା ରାଜ୍ୟରେ ଅରାଜକତା ଚାଲିଛି। ସ୍ବାଧୀନ ଭାବରେ କହିବା ଅଧିକାର ନାହିଁ । ଦୀପାବଳି ସମୟରେ ଘରେ ପଶି ମରଣାନ୍ତକ ଆକ୍ରମଣ ହେଉଛି। ସେ ଏଫଆଇଆର ଦେବାକୁ ଯାଇଛନ୍ତି, ହେଲେ ପୁଲିସ ଏଫଆଇଆର ଗ୍ରହଣ କରୁନି । ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ଲୋକ ଏହି ଆକ୍ରମଣ କରିଛନ୍ତି। ଅପରପକ୍ଷେ, ଏହି ଘଟଣାରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଡିଜିପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ସାଂସଦ ସୁଲତା ଦେଓ, ଛାତ୍ର ବିଜେଡି ସଭାପତି ଈପସିତା ସାହୁ, ବିଜେଡି ମୁଖପାତ୍ର ଲେନିନ ମହାନ୍ତି, ବିଜେଡି ନେତ୍ରୀ ସୋଫିଆ ଆଲାମ, ଡଃ ପ୍ରିୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା, ମିହିର ରାୟ ଗୀତାଞ୍ଜଳି ପ୍ରଧାନ ଓ ଜ୍ୟୋସ୍ଲାମୟୀ ପରିଡ଼ା ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧିଦଳ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ଡିଜିପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ରଶ୍ମି ପରିଜାଙ୍କୁ ଆକ୍ରମଣ ଘଟଣା ପଛରେ ବିଜେପି ବିଧାୟକ ସମ୍ପୃକ୍ତ : ବିଜେଡ଼ି
Oplus_16908288
