ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନରୁ ବିରତ ରହିବ ବିଜେଡି

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି। ଭୋଟିଂରୁ ବାଦ୍ ରହିବ ବିଜେଡି। ଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଏନେଇ ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟସଭାରେ ଅଛନ୍ତି ବିଜେଡିର ୭ ସାଂସଦ। ସି.ପି. ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି ଏନଡିଏ। ମୈଦାନରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ରହିଛନ୍ତି। କୌଣସି ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ କରିବନି ବିଜେଡି।
ବିଜେଡିର ନିଷ୍ପତ୍ତିକୁ ନିଶ୍ଚିତ କରି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଏହି ପଦକ୍ଷେପ ଆଞ୍ଚଳିକ ଦଳ ଏନଡିଏ ଏବଂ ଇଣ୍ଡିଆ ଗ୍ରୁପ୍ ଉଭୟଙ୍କଠାରୁ ସମାନ ଦୂରତା ବଜାୟ ରଖିବା ନୀତି ଆପଣେଇଛି। ଆମେ ଓଡ଼ିଶା ଏବଂ ଏହାର ୪.୫ କୋଟି ଲୋକଙ୍କ ବିକାଶ ଏବଂ କଲ୍ୟାଣ ଉପରେ ଧ୍ୟାନ ଦେଉଛୁ। ଓଡ଼ିଶାରେ ବର୍ତ୍ତମାନ ମୁଖ୍ୟ ବିରୋଧୀ ଦଳ ଥିବା ବିଜେଡିର ରାଜ୍ୟସଭାରେ ସାତଟି ଆସନ ଅଛି କିନ୍ତୁ ଲୋକସଭାରେ କୌଣସି ପ୍ରତିନିଧିତ୍ୱ ନାହିଁ।ଅନ୍ୟପେଟ ବିଜେଡିର ଏହି ନିଷ୍ପତ୍ତିକୁ ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କଡ଼ା ସମାଲୋଚନା କରିଛନ୍ତି। ସେ ଏହାକୁ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ସି.ପି. ରାଧାକୃଷ୍ଣନଙ୍କ ପାଇଁ ନୀରବ ସମର୍ଥନ ବୋଲି କହିଛନ୍ତି। ଭକ୍ତ ଦାସ କହିଛନ୍ତି, ଯଦି ବିଜେଡି ନୀରବ ରହେ, ତେବେ ଏହା ବିଜେପିକୁ ସମର୍ଥନ କରିବା ସହିତ ସମାନ। ଏହା ବିଜେଡି ପାଇଁ ଏକ ଐତିହାସିକ ମତ ଗ୍ରହଣ କରିବାର ସମୟ।
ଅନ୍ୟପଟେ ଭୋଟିଂରୁ ବିଜେଡିର ବିରତ ନିଷ୍ପତ୍ତି ନେଇ ଜୁଏଲ ଓରାମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସପୋର୍ଟ କରିବା। ନବୀନ ବାବୁ ଆମକୁ ପରୋକ୍ଷରେ ସମର୍ଥନ କରୁଛନ୍ତି।’

Leave a Reply

Your email address will not be published. Required fields are marked *