ୱାକଫ କରିବା ପାଇଁ ୫ବର୍ଷ ପର୍ଯ୍ୟନ୍ତ ଇସଲାମ ପାଳନ କରିବା ଜରୁରୀ ନୁହେଁ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୱାକଫ (ସଂଶୋଧନ) ଆଇନକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଲେ ସମ୍ପୂର୍ଣ୍ଣ ଆଇନ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। କେବଳ କିଛି ଧାରା ଉପରେ ରୋକ୍ ଲଗାଯାଇଛି । ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କ ଦୁଇ ଜଣିଆ ଖଣ୍ଡପୀଠ ଅନ୍ତରୀଣ ଆଦେଶ ଦେଇଛନ୍ତି ।
ୱାକଫ ଆଇନ ଅନୁସାରେ କୌଣସି ସମ୍ପତ୍ତିକୁ ୱାକଫ ଭାବରେ ଘୋଷଣା କରିବା ପାଇଁ, ସେହି ବ୍ୟକ୍ତି ୫ବର୍ଷ ଧରି ଇସଲାମ ପାଳନ କରୁଥିବା ଆବଶ୍ୟକ। କୋର୍ଟ ଏହି ବ୍ୟବସ୍ଥାକୁ ନିଷିଦ୍ଧ କରିଛନ୍ତି। ସୁପ୍ରିମକୋର୍ଟ କୋର୍ଟ କହିଛନ୍ତି ଯେ ଏହି ବ୍ୟବସ୍ଥାକୁ ଏ ସମ୍ପର୍କରେ ଉପଯୁକ୍ତ ନିୟମ ନହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ନାହିଁ । ସେହିପରି ରାଜସ୍ୱ ରେକର୍ଡ ସମ୍ୱଦ୍ଧୀୟ ଧାରା ଏବଂ ଓ୍ୱାକଫ୍ ଆଇନର ଅନୁଚ୍ଛେଦ ୩୭୪ ଉପରେ ରୋକ୍ ଲାଗିଛି। କେନ୍ଦ୍ରୀୟ ଓ୍ବାକଫ୍ ପରିଷଦରେ ୪ରୁ ଅଧିକ ଅଣମୁସ୍‌ଲିମ୍‌ ରହିବେ ନାହିଁ ଏବଂ ରାଜ୍ୟ ଓ୍ବାକଫ୍ ବୋର୍ଡରେ ୩ରୁ ଅଧିକ ଅଣମୁସ୍‌ଲିମ୍‌ ରହିପାରିବେ ନାହିଁ। ତେଣୁ ସମ୍ପୂର୍ଣ୍ଣ ଆଇନରେ ରୋକ୍ ଲଗାଇବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ନୂତନ ଆଇନ ଅନୁଯାୟୀ, ଅଣ-ମୁସଲମାନମାନେ ମଧ୍ୟ ୱାକଫ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇପାରିବେ ବୋଲି ଆବେଦନରେ କୁହାଯାଇଥିଲା। ଏହାକୁ ନିଷିଦ୍ଧ କରାଯିବା ଉଚିତ୍ । କୋର୍ଟ ଏହି ବ୍ୟବସ୍ଥା ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିଲେ। ଅଣ-ମୁସଲମାନମାନେ ମଧ୍ୟ ୱାକଫ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇପାରିବେ, କିନ୍ତୁ ଏହା କେବଳ ସେତେବେଳେ ହେବ ଯେତେବେଳେ କୌଣସି ଯୋଗ୍ୟ ମୁସଲମାନ ଦାବିଦାର ନାହାଁନ୍ତି। ସେହିପରି ଜିଲ୍ଲାପାଳ ୱାକଫ ଜମି ବିବାଦର ସମାଧାନ କରିପାରିବେ ନାହିଁ। ଏହି ଅଧିକାର କେବଳ ଟ୍ରିବ୍ୟୁନାଲ ପାଖରେ ରହିବ।

Leave a Reply

Your email address will not be published. Required fields are marked *