କୋରାପୁଟ ଛାତ୍ରୀନିବାସରେ ଡାଇରିଆ ଆତଙ୍କ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଏକ ଛାତ୍ରୀନିବାସରେ ଡାଇରିଆ ଆତଙ୍କ। ଛାତ୍ରୀନିବାସରେ ହଠାତ୍ ୧୩ ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତ ଛାତ୍ରୀମାନେ କୁନ୍ଦୁରା ବ୍ଳକ ଭେଜାହାଣ୍ଡି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଥିବା ସୂଚନା ରହିଛି। ସୂଚନା ଅନୁସାରେ ଏମାନେ ସମସ୍ତେ ଛାତ୍ରୀ ନିବାସରେ ରହି ପାଠ ପଢୁଛନ୍ତି। ହଠାତ୍ ଛାତ୍ରୀମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହାର କାରଣ ଅସ୍ପଷ୍ଟ ରହିଛି। କିଛି ଦିନ ତଳେ ମଧ୍ୟ ଏହି ବିଦ୍ୟାଳୟରେ ୯ ଜଣ ଛାତ୍ରୀ ଏପରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ଛାତ୍ରୀଙ୍କ ଅଭିଭାବକମାନେ ମେଡିକାଲରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *