ଫେଲ ମାରିଲା କମିଶନରେଟ୍‌ ପୋଲିସର ସୁରକ୍ଷା ବ୍ୟବସ୍ଥା: ଚନ୍ଦକା ଥାନାରୁ ଅଭିଯୁକ୍ତ ଫେରାର

Oplus_131072

ଭୁବନେଶ୍ୱର: ପୁଣିଥରେ କମିଶନରେଟ୍‌ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚନ୍ଦକା ଥାନାରେ ଆଇଫୋନ୍‌ ଚୋରି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ପୋଲିସକୁ ଚକ୍ମା ଦେଇ ପଳାଇ ଯାଇଛି।ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ରାଜା ନାମକ ଅଭିଯୁକ୍ତ ଗତମାସ ୨୮ ତାରିଖରେ ହୋଇଥିବା ଏକ ଆଇଫୋନ୍‌ ଚୋରି ଘଟଣାରେ ଜଡିତ ଥିଲେ। ଚନ୍ଦକା ପୋଲିସ ଦୁଇ ଦିନ ପୂର୍ବେ ତାଙ୍କୁ ଗିରଫ କରିଥିଲା।ହେଲେ ଗତକାଲି ଅଭିଯୁକ୍ତ ବାନ୍ତି ଲାଗୁଥିବା ଅଭିଯୋଗ କରି ବାଥରୁମ ଯିବା ପାଇଁ ଅନୁମତି ମାଗିଥିଲେ। ସେ ସମୟରେ ଥାନାରେ ଥିବା ଦୁଇଜଣ କନେଷ୍ଟବଲ୍‌ ତାଙ୍କୁ ଜଗି ଥିଲେ। କିନ୍ତୁ ଅଭିଯୁକ୍ତ ଚତୁରତାର ସହିତ ଜଣେ କନେଷ୍ଟବଲକୁ ଧକ୍କା ଦେଇ ବାହାର ଗେଟ୍‌ ଦିଗକୁ ଦୌଡି ଥାନା ଛାଡ଼ି ଚମ୍ପଟ୍‌ ହୋଇଯାଇଥିଲେ।ଏହି ପଳାୟନ ଘଟଣା ପରେ ଚନ୍ଦକା ଥାନାର ସୁରକ୍ଷା ବ୍ୟବସ୍ଥା ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ପୋଲିସ ଫେରାର ଅଭିଯୁକ୍ତଙ୍କ ଖୋଜ ଜାରି ରଖିଛି।

Leave a Reply

Your email address will not be published. Required fields are marked *