ବ୍ରହ୍ମପୁର: ବ୍ରହ୍ମପୁରରେ ଘଟିଥିବା ପୋଲିସ ଏସ.ଆଇ ପରୀକ୍ଷା ମହାଘୋଟାଲା ମାମଲାରେ କ୍ରାଇମ୍ବ୍ରାଞ୍ଚ ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଛି। ଏହି ମାମଲା ସହିତ ଜଡିତ ଶଙ୍କର ପୃଷ୍ଟି ଏବଂ ମୁନ୍ନା ମହାନ୍ତି କଂ ସହିତ, ୧୦ ଜଣଙ୍କର ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି।ଏହା ସହିତ, ଚାରିଟି ସ୍ପେଶାଲ ଟିମ୍ ଝାଡ଼ଖଣ୍ଡ ଓ ବିହାରରେ ଯାଇ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ କାର୍ଯ୍ୟରତ ଅଛି।ଅନ୍ୟପକ୍ଷେ, ମହାନଗର ଜେଏମଏଫସି ଗ୍ରାମାଞ୍ଚଳରେ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀ ଏବଂ ୫ ଦଲାଲଙ୍କର ଜାମିନ୍ ଆବେଦନ ଖାରଜ କରାଯାଇଛି। ମୋଟ ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି।
ଏସ.ଆଇ ପରୀକ୍ଷା ମହାଘୋଟାଲା: କ୍ରାଇମ୍ବ୍ରାଞ୍ଚର କାର୍ଯ୍ୟବାହି
Oplus_131072
