ଭୁବନେଶ୍ବର: ଦୀପାବଳି ପର୍ବ ଅବସରରେ ସୋମବାର (ଅକ୍ଟୋବର ୨୦) ଅପରାହ୍ନ ୩ଟାରୁ ରାଜଧାନୀରେ ଆମ ବସ୍ ସେବା ବନ୍ଦ ରହିବ ବୋଲି କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ସୂଚନା ଦିଆଯାଇଛି ।ଏହି ସମୟରେ କୌଣସି ରୁଟ୍ରେ ଆମ ବସ୍ ଚଳାଚଳ କରିବ ନାହିଁ । ଦୀପାବଳି ଶେଷ ହେବା ପରେ, ଅର୍ଥାତ୍ ୨୧ ଅକ୍ଟୋବରରୁ ସମସ୍ତ ବସ୍ ସେବା ପୁଣି ସାମାନ୍ୟ ଭାବେ ଚାଲୁ ହେବ ।ଯାତ୍ରୀମାନଙ୍କ ସୁବିଧା ପାଇଁ CRUT ପକ୍ଷରୁ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି, ଯାହା ଦ୍ୱାରା ଲୋକେ ସମ୍ପର୍କ କରି ସବୁ ସୂଚନା ଜାଣିପାରିବେ
ଦୀପାବଳି ପାଇଁ ଆମ ବସ୍ ସେବା ବନ୍ଦ: ସୋମବାର ଅପରାହ୍ନରୁ ଚାଲିବ ନାହିଁ ବସ୍
Oplus_131072
