ନୂଆପଡ଼ା ଉପନିର୍ବାଚନ : ଆଜି ନାମାଙ୍କନ ଦାଖଲ କରିବେ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡ଼ା : ନୂଆପଡ଼ା ବିଧାନସଭା ଉପନିର୍ବାଚନ। ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କରିବେ ନାମାଙ୍କନ ପତ୍ର ଦାଖଲ । ଦଳର ପ୍ରମୁଖ ନେତା ଓ କର୍ମୀଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିବେ । ଆଜି ନାମାଙ୍କନପତ୍ର ଦାଖଲର ରହିଛି ଶେଷ ଦିନ । ଗତକାଲି ନୂଆପଡ଼ାରେ ମେଗା ରୋଡ ସୋ କରିଥିଲେ ସ୍ନେହାଙ୍ଗିନୀ । ରୋଡ ସୋରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜନ ସମର୍ଥନ ଅଜାଡି ହୋଇପଡିଥିଲା । ହଜାର ହଜାର ସଂଖ୍ୟାରେ ଲୋକେ ଏହି ମେଗା ରୋଡ ସୋରେ ସାମିଲ ହୋଇଥିଲେ । ଶୋଭାଯାତ୍ରା କରି ଜନତାଙ୍କ ଅପାର ସମର୍ଥନ ଲୋଡ଼ିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବିଜେଡିର ବରିଷ୍ଠ ପ୍ରମୁଖ ନେତା ।ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଖୋଦ ବିଜେଡି ସଭାପତି ନବୀନ ଯାଇ ସ୍ନେହାଙ୍ଗିନୀଙ୍କ ଲାଗି ପ୍ରଚାର କରିବେ । ନୂଆପଡ଼ା ଉପନିର୍ବାଚନରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ନୂଆପଡା ସଦର ଅଂଚଳରୁ ବିଜେଡି ପ୍ରାର୍ଥୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଖରିଆର ରୋଡ ବିଜେଡି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ନୂଆପଡାବାସୀଙ୍କ ପାଇଁ କାମ କରିବି। ଦଳିତ, ଆଦିବାସୀ ଓ ମହିଳା ଗରିବ ପରିବାରଙ୍କ ସ୍ବାର୍ଥ ପାଇଁ ଲଢ଼ିବି ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ପରେ ଅକ୍ଟୋବର ୨୩ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଏହାପରେ ଆରମ୍ଭ ହୋଇଯିବ ଘମାଘୋଟ ପ୍ରଚାର। ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ଭୋଟଗ୍ରହଣ । ନଭେମ୍ବର ୧୪ରେ ଭୋଟ ଗଣତି ହେବ ।

Leave a Reply

Your email address will not be published. Required fields are marked *