ପୁରୀ : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତି ପୁଣି ସରଗରମ ହୋଇଛି । ଏହି ଘଟଣା ପାଇଁ ବିଜେଡି ପକ୍ଷରୁ ଆସନ୍ତା ୭ରେ ସକାଳ ୬ରୁ ଦିନ ୧୨ ଯାଏଁ ପୁରୀ ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର ସହ ଗାଡ଼ିମୋଟର ବନ୍ଦ ପାଇଁ ଡାକରା ଦେଇଛି ବିଜେଡି। ପୀଡ଼ିତାଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ଥିବା ବେଳେ ରାଜ୍ୟ ସରକାର ଜାଣିଶୁଣି ଅଭିଯୁକ୍ତଙ୍କୁ ଚିହ୍ନଟ କରୁ ନଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବାପାଙ୍କ ଉପରେ କି ଚାପ ପଡ଼ିଲା ମତ ବଦଳାଇଲେ ଦେଲେ ବୋଲି ପ୍ରଶ୍ନ କଲା ବିଜେଡି।
ସୂଚନା ଅନୁସାରେ ବଳଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।