କଟକ: ଐତିହାସିକ ବାଲିଯାତ୍ରା ୨୦୨୫ ପାଇଁ ପ୍ଲଟ ପଞ୍ଜୀକରଣର ଅବଧି ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବ୍ୟବସାୟୀ ତଥା ଇଚ୍ଛୁକ ଅନୁଷ୍ଠାନ www.baliyatra.net ରେ ଅନଲାଇନ୍ ପଞ୍ଜୀକରଣ କରିପାରିବେ।
ସୂଚନାଥାଉକି, ପୂର୍ବରେ କଟକ ରେ ଚାଲିଥିବା କର୍ଫ୍ୟୁ କାରଣରୁ ଇଣ୍ଟରନେଟ ସେବା ଗୁଡିକ ବନ୍ଦ ଥିଲା । ଯେଉଁକାରଣରୁ ବହୁତ ବ୍ୟବସାୟୀ ନୂତନ ପଞ୍ଜୀକରଣରୁ ବଞ୍ଚିତ ହୋଇଥିଲେ।
ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସମୟସିମା ବୃଦ୍ଧି କରାଯାଇଛି । ଏବଂ ଯଥାଶୀଘ୍ର ପଞ୍ଜୀକରଣ କରାଇନେବକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ବାଲିଯାତ୍ରା ୨୦୨୫: ପ୍ଲଟ ପଞ୍ଜୀକରଣ ଅବଧି ବୃଦ୍ଧି
Oplus_131072
