ବିହାର ପ୍ରଥମ ପର୍ଯ୍ୟାୟରେ ୬୪.୬୬% ମତଦାନ କରି ରେକର୍ଡ ସ୍ଥାପନ

Oplus_131072

ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଏବେ ପର୍ଯ୍ୟନ୍ତର ସର୍ବାଧିକ ମତଦାନ ହାର ରେକର୍ଡ କରିଛି। ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁସାରେ, ଏଥିରେ ମୋଟ ୬୪.୬୬ ପ୍ରତିଶତ ମତଦାନ ହୋଇଛି, ଯାହା ପୂର୍ବତନ ସମସ୍ତ ବିଧାନସଭା ନିର୍ବାଚନ ଠାରୁ ଅଧିକ।୨୦୦୦ ମସିହାରେ ବିହାର ବିଧାନସଭା ନିର୍ବାଚନରେ ୬୨.୬% ମତଦାନ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ରେକର୍ଡ ଥିଲା। ଏହିବେଳେ ଏହି ରେକର୍ଡ ଭଙ୍ଗିଛି। ଏହିପରି, ବିହାର ଲୋକସଭା ନିର୍ବାଚନରେ ୧୯୯୮ ମସିହାରେ ୬୪.୬% ମତଦାନ ହୋଇଥିଲା। ଇସିଆଇ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟର ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି।ଗତ ଗୁରୁବାର ରାଜ୍ୟର ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା। ସେଥିରେ ବେଗୁସରାଇ ଜିଲ୍ଲା ସର୍ବାଧିକ ୬୭.୩୨% ଭୋଟିଂ ସହ ଶୀର୍ଷରେ ରହିଛି। ତାହା ପଛରେ ଗୋପାଳଗଞ୍ଜରେ ୬୪.୯୬%, ମୁଜାଫଫରପୁରରେ ୬୪.୬୩%, ମାଧେପୁରରେ ୬୫.୭୪%, ଲଖିସରାଇରେ ୬୨.୭୬%, ସହର୍ସାରେ ୬୬.୬୫%, ନାଳନ୍ଦାରେ ୬୨.୬୫%, ଦରଭଙ୍ଗାରେ ୬୦.୬୫%, ବକ୍ସାରରେ ୫୮.୩୮% ଓ ଭୋଜପୁରରେ ୫୩.୨୪% ମତଦାନ ରେକର୍ଡ ହୋଇଛି।ମୋଟ ୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍ ହୋଇଛି। ଯଦିଓ ମୋଟେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଛି, ତଥାପି ଲଖିସରାଇ ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଓ ସିପିଆଇ(ଏମଏଲ୍‌) ବିଧାୟକ ସତ୍ୟେନ୍ଦ୍ର ଯାଦବଙ୍କ ଗାଡ଼ି ଉପରେ ଆକ୍ରମଣ ଘଟିଥିବା ଅଭିଯୋଗ ଆସିଛି।ଏହି ପର୍ଯ୍ୟାୟର ନିର୍ବାଚନ ପ୍ରକ୍ରିୟାକୁ ଛଟି ଦେଶର ୧୬ ଜଣ ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକ ଅନୁସରଣ କରିଥିଲେ। ନଭେମ୍ବର ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ ଏବଂ ଭୋଟଗଣନା ନଭେମ୍ବର ୧୪ରେ ହେବାକୁ ନିର୍ଦ୍ଧାରିତ ଅଛି।

Leave a Reply

Your email address will not be published. Required fields are marked *