ଭୁବନେଶ୍ୱର: ସୁଦାନରେ ଜଣେ ଓଡ଼ିଶାର ବାସିନ୍ଦାଙ୍କୁ ରାପିଡ୍ ସପୋର୍ଟ ଫୋର୍ସ (ଆର୍ ଏସ୍ ଏଫ୍) ଦ୍ୱାରା ବନ୍ଦୀ କରାଯାଇଥିବା ଜଣାପଡିବା ପରେ ତାଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଭାରତ ସରକାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ।ତେବେ ସେ ଏ ନେଇ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଆଦର୍ଶ ବେହେରା, ଯିଏକି ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଥାନା ଅନ୍ତର୍ଗତ କୋଟାକାନା ଗ୍ରାମର ବାସିନ୍ଦା ଅଟନ୍ତି ଓ ତାଙ୍କୁ ସୁଦାନର ଅଲ୍ ଫାସିରରେ ଅର୍ଦ୍ଧସାମରିକ ରାପିଡ୍ ସପୋର୍ଟ ଫୋର୍ସ (ଆର୍ ଏସ୍ ଏଫ୍) ଦ୍ୱାରା ଅପହରଣ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ତାଙ୍କୁ ସୁରକ୍ଷିତ ଭାବରେ ଓଡ଼ିଶା ଫେରାଇ ଆଣିବାକୁ ତାଙ୍କର ପରିବାର ସଦସ୍ୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।ଅପରପକ୍ଷରେ ଏହି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ସରକାରୀ ସାହାଯ୍ୟ କିମ୍ବା ସୂଚନା ପାଇନଥିବା ରାଜ୍ୟ ପ୍ରଶାସନ କହିଛି। ତେବେ ସେମାନେ ଏହି ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା କହିଛନ୍ତି।
ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ, ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
