ଏସ୍‌.ସି.ବି ମେଡିକାଲରେ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଦୁର୍ଲଭ ଗ୍ରୁପର ରକ୍ତଦାତା

ରୋଗୀଙ୍କ ଜୀବନ ବଞ୍ଚାଇବା ଲାଗି ଜରୁରୀ ସମୟରେ ବିଭିନ୍ନ ଗ୍ରୁପର ରକ୍ତ ଆବଶ୍ୟକ ହୋଇଥାଏ। ଏ, ଓ, ଏବି, ଓ ପଜେଟିଭ, ନେଗେଟିଭ ଭଳି ଗ୍ରୁପର ବିଭିନ୍ନ ରକ୍ତ ସୁବିଧାରେ ଉପଲବ୍ଧ ହେଉଥ‌ିବା ବେଳେ ଏଭଳି କିଛି ଗ୍ରୁପର ରକ୍ତ ଅଛି ଯାହା ବିରଳ। ଖୋଜିଲେ ବି ମିଳେନାହିଁ । ଏହା ହେଉଛି ‘ଓ ପଜେଟିଭ୍ ବମ୍ବେ ଫେନୋଟାଇପ’ ଗ୍ରୁପର ରକ୍ତ। ଏହା ଖୁବ କମ ବ୍ୟକ୍ତିଙ୍କ ଶରୀରରେ ଦେଖିବାକୁ ମିଳିଥାଏ। ଏହି ଗ୍ରୁପର ରୋଗୀଟିଏ ଯଦି ରକ୍ତ ଆବଶ୍ୟକ କରେ ତାହା ମିଳିବା ମଧ୍ଯ କଷ୍ଟକର।

ସୂଚନା ଥାଉକି ଦୁର୍ଘଟଣାରେ ଆହତ ହୋଇ ଅସ୍ତ୍ରୋପ୍ରଚାର ନିମନ୍ତେ ଆସିଥିବା ସମ୍ବଲପୁର ସୁନାପାଲି ଅଞ୍ଚଳର ୨୮ବର୍ଷୀୟ ଯୁବକ ମହମ୍ମଦ ପିନାୟକ ନାମକ ରୋଗୀଙ୍କ ନିମନ୍ତେ ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିଥିଲେ। ପରିବାର ଲୋକ ଏସ୍‌.ସି.ବି ମେଡିକାଲ ପରିସରରେ ଥିବା ଓଡିଶା ରକ୍ତ କେନ୍ଦ୍ର ଯାଇ ରିକ୍ୟୁଏସନ ଦାଖଲ କରିଥିଲେ। ରକ୍ତ ପରୀକ୍ଷା ପରେ ଏହି ଗ୍ରୁପର ରକ୍ତ ଦୁର୍ଲଭ ହୋଇଥିବା ଥିବାରୁ ଏହା କେଉଁଠାରେ ମିଳିବ ନାହିଁ ବୋଲି ବୋଲି ରକ୍ତ ଭଣ୍ଡାର ଅଧିକାରୀ କହିଥିଲେ ଓ ସେହି ଗ୍ରୁପରେ ରକ୍ତଦାତାଙ୍କୁ ଯୋଗାଯୋଗ କରିବାକୁ କହିଥଲେ।

ଏସ୍‌.ସି.ବି ମେଡିକାଲ ରକ୍ତ ସଂଚାରଣ ବିଭାଗୀୟ ମୁଖ୍ୟ ଡା. ସ୍ମିତା ମହାପାତ୍ର ସ୍ବେଛାକୃତ ରକ୍ତଦାନ ଲାଗି କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ରୋଟାରୀ କ୍ଳବ ଅଫ କଟକର ବିଶ୍ଵରଞ୍ଜନ ସାହୁ ଓ ଉତ୍କଳ ରକ୍ଷକ ଫାଉଣ୍ଡେସନ ରାକେଶ କୁମାର ସେଠୀ ଏହି ରକ୍ତ ଯୋଗାଡ କରିବାକୁ ଲାଗି ପଡିଥିଲେ। ଉଭୟ ବିଭିନ୍ନ ଜିଲ୍ଲାରେ ଥିବା ତାଙ୍କ ସହକର୍ମୀ ଓ ସହଯୋଗୀଙ୍କ ସହ ଯୋଗାଯୋଗ କରିଥିଲେ। ଏହି ଖବର ଜାଣିବା ପରେ ସ୍ବେଛାକୃତ ରକ୍ତଦାତା ରାଉରକେଲାର ଉମାଚରଣ ପରିଡା ଆସି ଏସ୍‌.ସି.ବି ମେଡିକାଲ ସ୍ଥିତ ଓଡିଶା ରକ୍ତ କେନ୍ଦ୍ରରେ ଏହି ଗ୍ରୁପର ରକ୍ତଦାନ କରିଛନ୍ତି।

ଏଭଳି ବିରଳ ଗ୍ରୁପର ରକ୍ତଦାନ କରି ରୋଗୀର ଜୀବନ ବଞ୍ଚାଇବାରେ ସହଯୋଗ କରିଥିବାରୁ ବିଭାଗୀୟ ମୁଖ୍ୟ ଡା. ସ୍ମିତା ମହାପାତ୍ର, ଡା. ସୁସ୍ମିତା ବେହେରା, ଡା. ବିନୟ ଭୂଷଣ ସାହୁ, ଡା. ନୀଳାଶିଷ ପାଣି, ଡ଼ା ରାଜ ନାରାୟଣ ସ୍ୱାଇଁ, ବିଶ୍ୱଜିତ ସେନାପତି, ଅନୁରାଧା ମଲ୍ଲିକ, ନିରଞ୍ଜନ ପଟ୍ଟନାୟକ ଓ ବିଶ୍ୱରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ କୃତଜ୍ଞତା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *