ଭୁବନେଶ୍ୱର : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଜଣେ
ଅଧ୍ୟାପକଙ୍କ ନାମରେ କାଷ୍ଟିଂକାଉଚ୍ ଅଭିଯୋଗ ହେଇଛି। ଯାହାକୁ ନେଇ କଲେଜ ରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଲେଜର ଡ୍ରାମା ବିଭାଗ ଜଣେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଆସିଛି। ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ନାଁରେ ଅଭିଯୋଗ ହେଇଛି। ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଅଧ୍ୟାପକ ଜଣକ ଅଶ୍ଳୀଳ ମେସେଜ କରନ୍ତି। ତେଣୁ ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ଅଧ୍ୟାପକଙ୍କୁ ବହିଷ୍କୃତ କରାଯାଇଛି
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ
