ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ ଓ ଘନ କୁହୁଡ଼ି। ପାଣିପାଗ ବିଭାଗ ଅନୁଯାୟୀ ଆହୁରି ୭ ଦିନ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ପ୍ରଭାବଜାରି ରହିବ।
ଘନ କୁହୁଡ଼ିକୁ ନେଇ ପାଣିପାଗ ବିଭାଗ ଜାରି କରିଥିବା ଚେତାବନୀରେ କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଏବଂ ଆସନ୍ତାକାଲି ପାଇଁ ୩ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲା ରହିଛନ୍ତି । ସେହିପରି ୧୦ ଡିଗ୍ରୀ ତଳେ ୧୦ ସହର ତାପମାତ୍ରା ରେକର୍ଡ ହୋଇଛି।
