୭ ବ୍ଲକ ଡିଇଓଙ୍କ ଦରମା ବନ୍ଦ, ମନରେଗା କାମ ତ୍ବରାନ୍ବିତ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ

କଟକ: ମନରେଗା କାମ ତ୍ବରାନ୍ବିତ ନେଇ କଟକ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ୭ ବ୍ଲକ ଡିଇଓଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଦରମା ବନ୍ଦ କଲେ ଜିଲ୍ଲାପାଳ । ଆଠଗଡ, ବାଙ୍କୀ, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନରସିଂହପୁର ଓ ଟାଙ୍ଗୀ ଚୌଦ୍ୱାର ବ୍ଲକରେ ହୋଇନି ସଠିକ୍ ଢଙ୍ଗରେ ମନରେଗା କାମ । ଏହି ସମସ୍ତ ବ୍ଲକ ବିଡ଼ିଓଙ୍କୁ ଦରମା ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି । ମନରେଗା ଓ ରୁରାଲ ହାଉସିଂ ସ୍କିମର କାର୍ଯ୍ୟରେ ଅବହେଳା ପାଇଁ ସାଲେପୁର ବିଡ଼ିଓ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେହିପରି ସାଲେପୁର ବ୍ଲକର ଆସିଷ୍ଟାଣ୍ଡ ଇଂଜିନିୟର, ଜୁନିୟର ଇଂଜିନିୟର, ପିଇଓ ଏବଂ ଏଡିଇଓଙ୍କ ଦରମା ବନ୍ଦ କରିଛନ୍ତି ବିଡ଼ିଓ।ଲକ୍ଷ୍ୟ ପୂରଣ ନକରିବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଦରମା ବନ୍ଦ ରହିବ। ଜିଲ୍ଲାପାଳଙ୍କ ରିଭ୍ୟୁରେ କାର୍ଯ୍ୟର ଅବହେଳା ହୋଇଥିବା ଜଣାପଡିବା ପରେ ଏଭଳି କଡା ଆଭିମୁଖ୍ୟ ନେଇଛନ୍ତି ସାଲେପୁର ବିଡିଓ ।

Leave a Reply

Your email address will not be published. Required fields are marked *