କଟକ ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ଘଟଣା : ଆଉ ୪ ଗିରଫ

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣଙ୍କୁ ଗିରଫ କରିଛି କଟକ ଦରଘା ବଜାର ଥାନା ପୁଲିସ୍ । ପୂର୍ବରୁ ୯ ଜଣ ଗିରଫ ହୋଇଥିଲେ । ମୋଟ୍ ଗିରଫଦାରୀ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।
ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ଖୋଳତାଡ଼ ଚଳାଇଛି ପୁଲିସ୍ । ସୂଚନାଥାଉକି, ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଦରଘା ବଜାର ସ୍ଥିତ ହାତୀପୋଖରୀ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଥିଲେ । ଗୀତ ବଜାଇବାକୁ ବିରୋଧ କରି କାଚ ଓ ପଥର ମାଡ କରାଯାଇଥିବା ସୂଚନା ରହିଥିଲା । କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ମଧ୍ୟ ଆହତ ହୋଇଥିଲେ ।
ଜିଲ୍ଲା ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସହରର ପ୍ରମୁଖ ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରିଥିଲା ଓ କିଛି ପ୍ରମୁଖ ସ୍ଥାନରେ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଥିଲା ।

Leave a Reply

Your email address will not be published. Required fields are marked *