ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ହେବ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖ (ଶନିବାର) ଦିନ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା, ଟାଙ୍ଗୀ ଓ ବେଗୁନିଆଠାରେ ଅନୁଷ୍ଠିତ ହେବ। ଏ ବିଷୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ସଲୋମୀ ସାହୁ ସୂଚନା ପ୍ରଦାନ କରିଛନ୍ତି । ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମାମଲା ଯଥା- ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ରାଜସ୍ୱ, ମୋଟର ଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ, ଜଳ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ଜମିଜମା ବା ଦେୱାନି ମାମଲାମାନଙ୍କର ଆପୋଷ ବୁଝାମଣା ଜରିଆରେ ମାମଲାର ସମାଧାନ କରାଯିବ ।

କଚେରିରେ ଦାୟର ହୋଇ ନ ଥିବା ପ୍ରାକ୍‌ ମକଦ୍ଦମା ଯଥା-ଚେକ୍‌ ବାଉନ୍ସ, ଟେଲିଫୋନ୍‌, ବ୍ୟାଙ୍କ ଋଣ ଅନାଦାୟ ଓ ଅନ୍ୟାନ୍ୟ ସାଲିସ୍‌ଯୋଗ୍ୟ ଦେୱାନୀ, ଫୌଜଦାରୀ ଏବଂ ସମସ୍ତ ପ୍ରକାରର ପାରିବାରିକ ବିବାଦର ଆଶୁ ସମାଧାନ ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ଉଭୟ ପକ୍ଷଙ୍କ ସହମତିରେ ସମସ୍ୟାର ସମାଧାନ କରାଯାଇପାରିବ । ଏହି ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ଏବଂ ଅମଳଯୋଗ୍ୟ ଅଟେ ।

Leave a Reply

Your email address will not be published. Required fields are marked *