ଭୁବନେଶ୍ବର: ଚଳିତ ବର୍ଷ ପୂଜାରେ ଭକ୍ତିମୟ ପରିବେଶ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି ।।ଏଥର ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ମନା କରାଯାଇଛି। ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂଜାରେ ପାର୍କିଂକୁ ଗୁରୁତ୍ୱ ପ୍ରଦାନ କରାଯାଇ, ପାର୍କିଂ ନଥିଲେ ମିନା ବଜାର ପଡ଼ିବନି କି ରାବଣ ପୋଡ଼ି ପାଇଁ ଅନୁମତି ମିଳିବନି ବୋଲି ସୂଚନା ପ୍ରଦାନ କରାଯାଇଛି ।
ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଡେଡ଼ ଲାଇନ ଦେଇଛନ୍ତି। ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ଦିଆଯିବ ପାଞ୍ଚ ଲକ୍ଷ୍ ଟଙ୍କା ପ୍ରଦାନ କରାଯାଇଛି। ପେଣ୍ଡାଲ ନିକଟରୁ ବୁଲା କୁକୁର ହଟିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂଜା ପେଣ୍ଡାଲରେ ନିଶାକୁ ନା’ର ସଚେତନତା ବାର୍ତ୍ତା ପୋଲିସ ବିଭାଗ ବାଣ୍ଟିବ। ବୈଠକରେ ବିଏମସି କମିସନର ଚଞ୍ଚଳ ରାଣା, ମେୟର ସୁଲୋଚନା ଦାସ, ବିଭିନ୍ନ ୱାର୍ଡର କର୍ପୋରେଟର, ପୋଲିସ, ୱାଟକୋ, ଅଗ୍ନିଶମ ବାହିନୀ ଏବଂ ସମସ୍ତ ବିଭାଗର ଅଧିକାରୀ ସାମିଲ ଥିଲେ।
