ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିହାର ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରଙ୍କ ନାମ ଅନଲାଇନରେ ପ୍ରକାଶ

ନୂଆଦିଲ୍ଲୀ : ବିହାରରେ ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ୬୫ ଲକ୍ଷ ନାମ ବାଦ ଦିଆଯାଇଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ କମିଶନ ଏହି ତାଲିକା ଅନଲାଇନରେ ପ୍ରକାଶ କରିଛନ୍ତି। ଗତ ସପ୍ତାହରେ ସୁପ୍ରିମକୋର୍ଟ ବିହାରର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଅନେକ ପିଟିସନ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୧୯ ଭିତରେ ତାଲିକା ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।ସୁପ୍ରିମକୋର୍ଟଙ୍କ ଆଦେଶ ମିଳିବାର ୫୬ ଘଣ୍ଟା ମଧ୍ୟରେ ଏହି ତାଲିକା ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ୱେବସାଇଟରେ ପ୍ରକାଶ ପାଇଛି। କାହାର ନାମ କାହିଁକି ବାଦ ଦିଆଯାଇଛି, ତାହାର କାରଣ ମଧ୍ୟ ତାଲିକାରେ ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ସ୍ୱଚ୍ଛତା ପାଇଁ କରାଯାଇଛି। ଆଗାମୀ ୨୨ ଅଗଷ୍ଟରେ ଏହାର ପରବର୍ତ୍ତୀ ଶୁଣାଣି ହେବ।

Leave a Reply

Your email address will not be published. Required fields are marked *